Advertisement
trendingPhotos750703
photoDetails1hindi

କେବଳ ଗୋଟିଏ ମାତ୍ର ସୁଯୋଗ, ଆଉ ଏହି ଦେଶକୁ ଦଖଲ କରିନେବ ଚୀନ

ଶୁକ୍ରବାର ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (PLA) ତାଇୱାନ ନିକଟରେ ଯୁଦ୍ଧ ବିମାନ ଉଡାଇଛି ।

1/7

ନୂଆଦିଲ୍ଲୀ: ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ, ତାଇୱାନ ଦଖଲ କରିବା ପାଇଁ ସେନା ଅଭ୍ୟାସ କରୁଛି । ଚୀନ ସରକାରଙ୍କ ମୁଖପାତ୍ର ଭାବରେ ଜଣାଶୁଣା ଏହି ଖବରକାଗଜରେ କୁହାଯାଇଛି ଯେ, ଶୁକ୍ରବାର ଯୁଦ୍ଧ ବିମାନର ଅଭ୍ୟାସ କୌଣସି ଚେତାବନୀ ଦେବା ପାଇଁ ନଥିଲା, ବରଂ ତାଇୱାନକୁ ଦଖଲ କରିବା ପାଇଁ ଏକ ଅଭ୍ୟାସ ଚାଲୁଥିଲା ।

2/7

ଶୁକ୍ରବାର ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (PLA) ତାଇୱାନ ନିକଟରେ ଯୁଦ୍ଧ ବିମାନ ଉଡାଇଛି । ବିମାନର ଗତିବିଧି ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିଲା । ଏକାସାଙ୍ଗରେ ବହୁ ଦିଗରୁ ଚୀନର ଯୁଦ୍ଧ ବିମାନ ଆକାଶରେ ଉଡ଼ିଥିଲା ଓ ତାଇୱାନରେ ପହଞ୍ଚି ଯାଇଥିଲେ । ଖବରକାଗଜ ଅନୁଯାୟୀ ତାଇୱାନର ପ୍ରତିରକ୍ଷା ବିଭାଗ ଚାଇନାରେ ୧୮ଟି ବିମାନ ଉଡ଼ାଣ ସମ୍ପର୍କରେ ସୂଚନା ଦେଇଛି ।

3/7

ଗ୍ଲୋବାଲ ଟାଇମ୍ସ କହିଛି ଯେ ଚୀନ ସୈନ୍ୟବାହିନୀ ଏବେ ବି ସଂଯମିତ ରହିଛି । କିନ୍ତୁ ଯେତେବେଳେ ବି ଆମେରିକାର ଜଣେ ଉଚ୍ଚ ଅଧିକାରୀ ତାଇୱାନ ଯାଆନ୍ତି, ଚୀନ ସାମରିକ ଯୁଦ୍ଧ ବିମାନଗୁଡ଼ିକ ଗୋଟିଏ ପାଦ ଆଗକୁ ବଢ଼ାଇଥାନ୍ତି । ଯଦି ଆମେରିକାର ବୈଦେଶିକ ସଚିବ ତାଇୱାନକୁ ଆସନ୍ତି, ତେବେ ଚୀନ ସେନା ଦେଶ ଉପରେ ବିମାନ ଉଡ଼ାଇବାକୁ ଚାହିଁବ ।

ଅଧିକ ପଢ଼ନ୍ତୁ:-ମିଳିଗଲା ପ୍ରମାଣ, ଚୀନର ଲ୍ୟାବରେ ଏଥିପାଇଁ ପ୍ରସ୍ତୁତ ହୋଇଥିଲା କୋରୋନା ଭୂତାଣୁ !

4/7

ଗ୍ଲୋବାଲ ଟାଇମ୍ସ କହିଛି ଯେ, କେବଳ ରାଜନୈତିକ କାରଣ ଖୋଜା ଚାଲିଛି । ଯାହା ଦ୍ୱାରା ତାଇୱାନର ସ୍ୱତନ୍ତ୍ରତା ଶକ୍ତି ଶେଷ କରାଯାଇପାରିବ । ଯଦି ତାଇୱାନ କର୍ତ୍ତୃପକ୍ଷ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖନ୍ତି, ତେବେ ଏପରି ପରିସ୍ଥିତି ନିଶ୍ଚିତ ରୂପେ ଆସିବ ।

5/7

ଚୀନ ଖବରକାଗଜ ଲେଖିଛି ଯେ, ଆମେରିକା ଓ ତାଇୱାନ ମଧ୍ୟରେ ମେଣ୍ଟ ଉପରେ ଚୀନର ଆପତ୍ତି ରହିଛି । ଗ୍ଲୋବାଲ ଟାଇମ୍ସ କହିଛି ଯେ ଆମେରିକାର ଅଧିକାରୀ କିଥ ଜେ କରାଚଙ୍କ ତାଇୱାନ ଗସ୍ତ ବିଷୟରେ କୌଣସି ପୂର୍ବ ସୂଚନା ନଥିଲା । କିଟ୍ ଜେ କରାଚ୍ ଗୁରୁବାର ତାଇୱାନରେ ପହଞ୍ଚିଥିଲେ । ଏହା ସତ୍ତ୍ୱେ ଚୀନ ସେନା ଖୁବ୍ କମ୍ ସମୟ ମଧ୍ୟରେ ଯୁଦ୍ଧ ବିମାନ ପ୍ରସ୍ତୁତ କରି ପଠାଇଥିଲା । ଅର୍ଥାତ୍ ଚୀନର ସେନା ଯେକୌଣସି ସମୟରେ ତାଇୱାନ ଦଖଲ କରିବାକୁ ପ୍ରସ୍ତୁତ ଅଛି ।

6/7

ଚୀନ ଖବରକାଗଜ କହିଛି ଯେ, ଆମେରିକା ଓ ତାଇୱାନ ପରିସ୍ଥିତିକୁ ନେଇ ଭୁଲ ମତ ସୃଷ୍ଟି କରିବା ଉଚିତ୍ ନୁହେଁ । ସେମାନେ ଚୀନ ସେନାର ଅଭ୍ୟାସକୁ ଦେଖାଣିଆ ଭାବରେ ଭାବିବା ଉଚିତ ନୁହେଁ । ଯଦି ସେମାନେ ନିଜ ତରଫରୁ ଉତ୍ତେଜନା ଜାରି ରଖନ୍ତି, ତେବେ ନିଶ୍ଚିତ ଭାବରେ ଯୁଦ୍ଧ ହେବ । ଯେଉଁମାନେ ନିକଟରେ ଚୀନର ନିଷ୍ଠାକୁ ଅବମାନନା କରିଛନ୍ତି, ସେମାନେ ଏହାର ମୂଲ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, 'ଋଣ କରି ଚଳୁଛନ୍ତି ମୋଦି ସରକାର'

7/7

ନିକଟରେ ହଂକଂରେ ଚୀନ ଜାତୀୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିଛି, ଯାହା ଦ୍ୱାରା ତାକୁ ସେଠାରେ ଅଧିକ ଶକ୍ତି ମିଳିଛି । ଏଥି ସହିତ ଗ୍ଲୋବାଲ ଟାଇମ୍ସ ଖବରକାଗଜ ଲେଖିଛି ଯେ, ତାଇୱାନ ଏକ ଛୋଟ ସ୍ଥାନ । ସେନାକୁ ମୁକାବିଲା କରିବା ପାଇଁ ଏହାର ସ୍ଥିତି ନାହିଁ । ତାଇୱାନର ସ୍ୱାଧୀନତାର ଅନ୍ତ ଅଛି ।

ट्रेन्डिंग फोटोज़